ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡକୁ ୨୫ ଲକ୍ଷ ଟଙ୍କା ଦାନ କଲେ ଲତା

ମୁମ୍ବାଇ,୩୧।୩: କରୋନା ଯୁଦ୍ଧରେ ଜିତିବାକୁ ସମସ୍ତଙ୍କର ଚେଷ୍ଟା ଜାରି ରହିଛି। କରୋନା ମୁକାବିଲା ପାଇଁ ବଳିଉଡ୍‌ର ବହୁ ସେଲିବ୍ରିଟି ସହଯୋଗର ହାତ ବଢାଇଥିବା ବେଳେ ମଙ୍ଗଳବାର ଏଥିରେ ସାମିଲ ହୋଇଛନ୍ତି ଭାରତରତ୍ନ ଲତା ମଙ୍ଗେସକର। ସୁର ସାମ୍ରାଜ୍ଞୀ ଲତା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡକୁ କରୋନା ପାଇଁ ୨୫ ଲକ୍ଷ ଟଙ୍କା ଦାନ କରିଛନ୍ତି। ସୂଚନାଯୋଗ୍ୟ, ଦେଶରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ଏବେ ୧୨ ଶହ ଅତିକ୍ରମ କରିଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ଏହାକୁ ଦେଖି ଏବେ ଚିନ୍ତାରେ ଭାରତୀୟ। ଭାରତରେ କରୋନା ଥାର୍ଡ ଷ୍ଟେଜକୁ ଯିବା ପୂର୍ବରୁ ତାକୁ ଅଟକାଇବାକୁ ଚେଷ୍ଟା ଚାଲିଛି। ନଚେତ୍‌ ଏହା ଅଣାୟତ୍ତ ହେବ ବୋଲି ଅନୁମାନ କରାଯାଉଛି।

Share