Advertisement
Categories: ବାଣିଜ୍ୟ

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ନାଲ୍‌କୋ ଦେଲା ୨.୫୩ କୋଟି

ଭୁବନେଶ୍ୱର,୧୨-୫: ନ୍ୟାଶନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ(ନାଲ୍‌କୋ) ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ କର୍ମଚାରୀଙ୍କ ଗୋଟିଏ ଦିନର ବେତନ ବାବଦ ଉଦ୍ଦିଷ୍ଟ ଅର୍ଥ ୨.୫୩ କୋଟି ଟଙ୍କା ପ୍ରଦାନ କରିଛି। ନାଲ୍‌କୋ ଅଧ୍ୟକ୍ଷ ତପନ କୁମାର ଚାନ୍ଦ, ଉତ୍ପାଦନ ନିର୍ଦ୍ଦେଶକ ଭି.ବୋଲସୁବ୍ରନ୍ୟନ, ମାନବ ସମ୍ବଳ ନିର୍ଦ୍ଦେଶକ ବସନ୍ତ କୁମାର ଠାକୁର, ବିତ୍ତ ନିର୍ଦ୍ଦେଶକ ଶ୍ରୀଧର ପାତ୍ର ସଚ୍ଚିବାଳୟଠାରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଚେକ୍‌ ହସ୍ତାନ୍ତର କରିଛନ୍ତି। ଏହା ସହ ନାଲ୍‌କୋ ପକ୍ଷରୁ  ବାତ୍ୟା ପ୍ରଭାବିତଙ୍କ ଲାଗି ରିଲିଫ ବ୍ୟବସ୍ଥା କରାଯାଇଛି। ଏହି କାର୍ଯ୍ୟଲାଗି ୭ଟି ଦଳ ନିୟୋଜିତ ଅଛନ୍ତି। ସେହିଭଳି ଥଇଥାନ ଲାଗି କମ୍ପାନୀ ପୁରୀ ଜିଲା ପ୍ରଶାସନ ସହ ମିଳିତ ହୋଇ କାର୍ଯ୍ୟ କରୁଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share