ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା

ଖଇରା,୫।୪(ଡି.ଏନ.ଏ):ବାଲେଶ୍ବର ଜିଲା ଖଇରା ବ୍ଲକ ଅଧୀନ ପତିରାଜପୁର ଦୋଳ ମେଳା କମିଟି ଓ ଗୋଳିହା ପଞ୍ଚାୟତ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା ପ୍ରଦାନ କରାଯାଇଛି। ଶୁକ୍ରବାର ଅପରାହ୍ନରେ ପତିରାଜପୁର ମେଳା କମିଟି ତରଫରୁ ସାଧାରଣ ସମ୍ପାଦକ ଭରତ ଚନ୍ଦ୍ର ରାଉତ ଓ ଗୋଳିହା ପଞ୍ଚାୟତର ସରପଞ୍ଚ ପୁଷ୍ପଲତା ଘଡେଇ ପ୍ରତ୍ୟେକ ୧୦ ହଜାର ଟଙ୍କାର ଚେକ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି। ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ପ୍ରତିନିଧି ପ୍ରକାଶ କୁମାର ଲେଙ୍କାଙ୍କୁ ଏହି ଚେକ ପ୍ରଦାନ କରାଯାଇଛି। କରୋନା ମୁକାବିଲା ପାଇଁ ପ୍ରତ୍ୟେକ ସଂଗଠନ ସରକାରଙ୍କୁ ସାହାଯ୍ୟ କରିବା ଆବଶ୍ୟକ ବୋଲି ଉଭୟ ପ୍ରକାଶ କରିଛନ୍ତି। ସହାୟତା ପ୍ରଦାନ ବେଳେ ଗୋଳିହା ଗ୍ରାମର ଯୁବନେତା ରମେଶ ଘଡେଇ ଓ ଉଦ୍ଧବ ଘଡେଇ ପ୍ରମୁଖ ଉପସ୍ଥିତ ଥିଲେ।

Share