ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା

ଚିତ୍ରଡା,୧୮।୪(ଡି.ଏନ୍‌.ଏ.)-କରୋନା ଭାଇରସର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କୁ ସହଯୋଗ ନିମନ୍ତେ ମୟୂରଭଞ୍ଜ ଜିଲା ମୋରଡା ବ୍ଲକ ଅଧୀନରେ ଥିବା ଚିତ୍ରଡା ପଞ୍ଚାୟତର ମା’ ସିଂହାସନୀ ନାରୀ ସଂଘ ତରଫରୁ ଶୁକ୍ରବାର ମୋରଡା ବିଡିଓ ପ୍ରିୟବ୍ରତ ପାଢ଼ୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ୧୦,୦୦୦ ଟଙ୍କାର ଚେକ ପ୍ରଦାନ କରାଯାଇଛି।ଏହି ନାରୀ ସଂଘର ସଭାପତି ବିଷ୍ଣୁପ୍ରିୟା ଦାସଙ୍କ ସମେତ ସଂଘର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। ଏନେଇ ବିଡିଓ ପାଢ଼ୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Share