ବାରିପଦା ଅଫିସ, ୨୮ା୪- କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ସୁନିଲ କୁମାର ନାୟକ ୧୧ ହଜାର ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି। ସୋମବାର ଜିଲାପାଳ ବିନୀତ ଭରଦ୍ୱାଜଙ୍କ ଜରିଆରେ ସେ ଏହି ଅର୍ଥ ପ୍ରଦାନ କରିଥିଲେ। ଚେକ୍ ପ୍ରଦାନ ସମୟରେ ଅନ୍ୟମାନଙ୍କ ମଧ୍ୟରେ ଛାତ୍ର ନେତା ଦୁର୍ଯ୍ୟୋଧନ ବେହେରା, ଶଙ୍କର୍ଷଣ ପଣ୍ଡା, ଅବିନାଶ ବେହେରା, ପ୍ରତୀକ ଦାସ ପ୍ରମୁଖ ଉପସ୍ଥିତ ଥିଲେ।