ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨୫ ହଜାର ପ୍ରଦାନ

କେସିଙ୍ଗା,୩୦ା୪(ଡି.ଏନ୍‌.ଏ.) : କଳାହାଣ୍ଡି ଜିଲା କେସିଙ୍ଗା ସହରସ୍ଥିତ ବୋରିଙ୍ଗପଦରଠାରେ ଥିବା ନିୟୁ ଲାଇଫ୍‌ ପାଓ୍ବାର ଗସ୍ପେଲ ଫେଲୋସିପ୍‌ ଅନୁଷ୍ଠାନ ପକ୍ଷରୁ କଳାହାଣ୍ଡି ଅତିରିକ୍ତ ଜିଲାପାଳଙ୍କୁ ଅନୁଷ୍ଠାନର ପରିଚାଳନା ନିର୍ଦ୍ଦେଶକ ସିଆନି ହରପାଲ ଗୁରୁବାର ୨୫ ହଜାର ଟଙ୍କାର ଏକ ଚେକ୍‌ ପ୍ରଦାନ କରିଛନ୍ତି।
ଏହି ଅନୁଷ୍ଠାନରେ କରୋନା ଭଳି ମହାମାରୀ ସମୟରେ ଶହଶହ ଅନାଥ, ଗରିବ ପିଲାଙ୍କୁ ସାମାଜିକ ଦୂରତା ରଖି ପ୍ରତ୍ୟେକ ଦିନ ଖାଇବାକୁ ଦେବା ସହିତ ପୋଷାକ, ଛାତ୍ରୀଛାତ୍ରଙ୍କୁ ମାଗଣାରେ ବହିପତ୍ର ଏହି ଅନୁଷ୍ଠାନ ଯୋଗାଇ ଦେଉଛି। ଏହି ପରିସ୍ଥିତିରେ କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ଅନୁଷ୍ଠାନ ଆର୍ଥିକ ସହାୟତା ପ୍ରଦାନ କରିଥିବାରୁ ଅଞ୍ଚଳବାସୀ ଖୁସି ବ୍ୟକ୍ତ କରିଛନ୍ତି।