ଭୁବନେଶ୍ୱର,୮।୫: ଟେକ୍ସଟାଇଲ ମର୍ଚ୍ଚାଣ୍ଟ ଆସୋସିଏଶନ କଟକ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରିଲିଫ ପାଣ୍ଠିକୁ ସହାୟତା ପ୍ରଦାନ କରାଯାଇଛି। କୋଭିଡ୍-୧୯ ବିରୋଧୀରେ ଲଢିବା ପାଇଁ ସଂଘ ପକ୍ଷରୁ ୬.୧ ଲକ୍ଷ ଟଙ୍କାର ଅର୍ଥ ରାଶି ପ୍ରଦାନ କରାଯାଇଛି। ସଂଘର ଅଧ୍ୟକ୍ଷ ହନୁମାନ ସିଂଘୀଙ୍କ ନେତୃତ୍ୱରେ ସଚିବ ରାଜେଶ ଅଗ୍ରଓ୍ବାଲ , ଉପାଧ୍ୟକ୍ଷ ଦିନେଶ ଜୋଷୀ, କୋଷାଧ୍ୟକ୍ଷ ସରୋଜ ସୁନ୍ଦରକା, ପୂର୍ବତନ ଅଧ୍ୟକ୍ଷ ମୋହଲ ଲାଲ ଜୈନ, ସଦସ୍ୟ ପ୍ରଦୀପ୍ତ ଗୁପ୍ତା ଏବଂ ରାଜେନ୍ଦ୍ର ଲୋଢା କଟକ ଜିଲାପାଳଙ୍କୁ ଭେଟି ଚେକ୍ ପ୍ରଦାନ କରିଥିଲେ। କଟକ ଠେଲା ଦୋକାନୀ ସଂଘ ପକ୍ଷରୁ ଜିଲା ପ୍ରଶାସନକୁ ସାନିଟାଇଜର, ମାସ୍କ, ଗ୍ଲୋବ୍ସ ଏବଂ ଓଆର୍ଏସ୍ ଦ୍ରବଣ ପ୍ରଦାନ କରାଯାଇଥିଲା। ଏଭଳି ବିଭିନ୍ନ କାର୍ଯ୍ୟକୁ ଜିଲାପାଳ ଭବାନୀ ଶଙ୍କର ଚୟନୀ ପ୍ରଶଂସା କରିଛନ୍ତି।