ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ମିଳିଲା ୯କୋଟି ୨୪ଲକ୍ଷ ଟଙ୍କା ସହାୟତା

ଭୁବନେଶ୍ୱର, ୨୫।୬(ବ୍ୟୁରୋ): ଫନୀ ବାତ୍ୟା ଦୁର୍ଗତଙ୍କ ପୁନରୁଦ୍ଧାର ପାଇଁ ସୋମବାର ଅନେକ ସଂସ୍ଥା ଓ ବ୍ୟକ୍ତିବିଶେଷଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ସହାୟତା ପ୍ରଦାନ କରାଯାଇଛି। କୋଟାକ୍‌ ମହିନ୍ଦ୍ରା ବ୍ୟାଙ୍କ ପକ୍ଷରୁ ୫ କୋଟି ଟଙ୍କା ଦିଆଯାଇଥିବା ବେଳେ ସେଣ୍ଟ୍ରାଲ ବ୍ୟାଙ୍କ ପକ୍ଷରୁ ୩ କୋଟି ପ୍ରଦାନ କରାଯାଇଛି। ସେହିପରି ନିଟ୍‌ ରାଉରକେଲା ଆଲୁମ୍‌ନି ଆସୋସିଏଶନ ପକ୍ଷରୁ ୭୧ ଲକ୍ଷ ଟଙ୍କା ଏବଂ ଗୋପାଳପୁର ବନ୍ଦର ପକ୍ଷରୁ ୫୧ ଲକ୍ଷ ଟଙ୍କା, ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜର ୧୯୭୫-୮୦ ପୁରାତନ ଛାତ୍ର ସଂଘ ପକ୍ଷରୁ ୧ଲକ୍ଷ ୨୫ହଜାର, ଆହୁତି ଷ୍ଟେଞ୍ଜର ଲାବରେଟୋରିଇଜ ପକ୍ଷରୁ ୫୦ ହଜାର, ଉତ୍କଳବଙ୍ଗ ସଂଗ୍ରାମ ମଞ୍ଚ ପକ୍ଷରୁ ୧୦ ହଜାର, ଓଡିଶା ପ୍ରଗତି ସଂଘ କଲିକତା ପକ୍ଷରୁ ୧୦ ହଜାର ଟଙ୍କା ପ୍ରଦାନ କରାଯାଇଛି। ଏହିପରି ସମୁଦାୟ ୮ଟି ସଂସ୍ଥା ପକ୍ଷରୁ ୯ କୋଟି ୨୩ଲକ୍ଷ ୯୫ ହଜାର ଟଙ୍କା ପ୍ରଦାନ କରାଯାଇଛି। ସହାୟତା ପ୍ରଦାନ କରିଥିବା ସଂସ୍ଥାଗୁଡିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧନ୍ୟବାଦ ଜଣାଇଛନ୍ତି।

Share