ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ନ୍ୟୁ ଇଣ୍ଡିଆ ଆସ୍ୟୁରାନ୍ସ ଦେଲା ୩ କୋଟି

ଭୁବନେଶ୍ୱର,୮ା୮: ନ୍ୟୁ ଇଣ୍ଡିଆ ଆସ୍ୟୁରାନ୍ସ କମ୍ପାନୀ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୩ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି। କମ୍ପାନୀର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଅତୁଲ ସହାୟ, ମହାପ୍ରବନ୍ଧକ ଗୌରୀ ରାଜନ, ଭୁବନେଶ୍ୱର କ୍ଷେତ୍ରୀୟ କାର୍ଯ୍ୟାଳୟ ଉପମହାପ୍ରବନ୍ଧକ କଲ୍ୟାଣ କିଶୋର ମଜୁମଦାର, କ୍ଷେତ୍ରୀୟ ପ୍ରବନ୍ଧକ ଏଚ୍‌.କେ. ଭୋଇ ଏବଂ ପ୍ରବନ୍ଧକ ରଞ୍ଜନ କୁମାର ରାଉତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଏଥି ସଂକ୍ରାନ୍ତ ଚେକ୍‌ ପ୍ରଦାନ କରିଥିଲେ। ବୀମା ସହାୟତା ପ୍ରଦାନ ଲାଗି କମ୍ପାନୀ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପ ଉପରେ ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା।

Share