ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ବଦ୍ରି ପ୍ରସାଦ ଇନ୍‌ଷ୍ଟିଚ୍ୟୁଟର ଆର୍ଥିକ ସହାୟତା

ସମ୍ବଲପୁର,୨୫।୩(ବ୍ୟୁରୋ)-ସମ୍ବଲପୁର ଜିଲା ଶାସନ ନିକଟ ଦେବେଇପାଲି ସ୍ଥିତ ବଦ୍ରିପ୍ରସାଦ ଇନଷ୍ଟିଚ୍ୟୁଟ ଅଫ୍‌ ଟେକ୍ନୋଲୋଜି ପକ୍ଷରୁ କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିଙ୍କୁ ୧୧ହଜାର ଟଙ୍କା ପ୍ରଦାନ କରାଯାଇଛି। ସଂପ୍ରତି ସମଗ୍ର ବିଶ୍ୱରେ କରୋନା ଭୂତାଣୁ ବ୍ୟାପିଛି । ଦେଶରେ ମଧ୍ୟ ଏହାର ପ୍ରଭାବ ପରିଲକ୍ଷିତ ହୋଇଛି । ତେଣୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସମସ୍ତେ ଆର୍ଥିକ ସହାୟତା ଦେବା ଉଚିତ ବୋଲି ଇନଷ୍ଟିଚ୍ୟୁଟ ପକ୍ଷରୁ ସୂଚନା ଦିଆଯାଇଛି।

Share