ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା ରାଶି ପ୍ରଦାନ କଲେ ୨ ସ୍ବେଚ୍ଛାସେବୀ

ପାଟଣା,୨୯।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକର ୨ ସ୍ବେଚ୍ଛାସେବୀ କରୋନା ମୁକାବିଲା ଲାଗି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା ରାଶି ପ୍ରଦାନ କରିଛନ୍ତି। ସେ ହେଲେ ପାଟଣା ନିର୍ବାଚନମଣ୍ଡଳୀ ଝୁମ୍ପୁରା ବ୍ଲକ ରସବନ୍ତଳା ଗ୍ରାମର ସ୍ବେଚ୍ଛାସେବୀ ବିନୋଦ ବିହାରୀ। ବିନୋଦ ଶନିବାର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧୦ ହଜାର ଟଙ୍କା ପ୍ରଦାନ କରିଛନ୍ତି। ଏହା ସହ ସେ ଜିଲାବାସୀ ତଥା ପାଟଣା ନିର୍ବାଚନମଣ୍ଡଳୀର ଜନସାଧାରଣଙ୍କୁ ସରକାରଙ୍କ ଗାଇଡଲାଇନ ମାନି ଚଳିବାକୁ ଅନୁରୋଧ କରିଛନ୍ତି।
ଅନୁରୂପ ଭାବେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପାଟଣା ବ୍ଲକ କେନ୍ଦେଇପଶି ପଞ୍ଚାୟତ ବଡ଼ଗମ୍ଭାରିଆ ଗ୍ରାମର କୀର୍ତ୍ତିରଞ୍ଜନ ସାମଲ ୫ ହଜାର ୧ ଟଙ୍କା ପ୍ରଦାନ କରିଛନ୍ତି। କରୋନା ମୁକାବିଲା ଲାଗି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସବୁ ବର୍ଗର ଲୋକେ ସହାୟତା ଯୋଗାଇଦେବାକୁ କୀର୍ତ୍ତିରଞ୍ଜନ ନିବେଦନ କରିଛନ୍ତି ।

Share