Categories: ଜାତୀୟ

ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ପାଇଁ ମମତାଙ୍କ ନାଁରେ ସୁପ୍ରିମକୋର୍ଟରେ ଆବେଦନ

କୋଲକାତା,୬।୧: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ପାଇଁ ସୋମବାର ସୁପ୍ରିମକୋର୍ଟରେ ଏକ ଆବେଦନ କରାଯାଇଛି। ମମତାଙ୍କୁ ପଦରୁ ହଟାଇବା ପାଇଁ ରାଜ୍ୟପାଳ ଜଗଦୀପ ଧନଖରଙ୍କୁ ନିର୍ଦ୍ଦେଶ ଦେବା ଲାଗି ଏଥିରେ ଉଲ୍ଲେଖ କରାଯାଇଛି। ସୂଚନାଯୋଗ୍ୟ, କିଛିଦିନ ପୂର୍ବରୁ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ମମତା ଜାତିସଂଘ ଜରିଆରେ ଜନମତ ସଂଗ୍ରହ କରିବାକୁ ଦାବି କରିଥିଲେ। ତେବେ ମମତାଙ୍କ ଏହି ଦାବିକୁ ବିରୋଧ କରି ଭାରାକି ନାମକ ଜଣେ ବ୍ୟକ୍ତି ତାଙ୍କୁ ପଦରୁ ହଟାଇବା ପାଇଁ ଏହି ଆବେଦନରେ ଉଲ୍ଲେଖ କରିଛନ୍ତି।

Share