ନୂଆଦିଲ୍ଲୀ,୨୯।୧୦: ମହାରାଷ୍ଟ୍ରରେ ଭାରତୀୟ ଜନତା ପାର୍ଟି(ଭାଜପା) ଓ ଶିବସେନା ମଧ୍ୟରେ ମେଣ୍ଟ ହୋଇଛି। ହେଲେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଏପର୍ଯ୍ୟନ୍ତ ଏମାନଙ୍କ ଭିତରେ ଅଙ୍କକଷା ଛିଡି ପାରୁ ନାହିଁ। ଏତିକି ବେଳେ ଭାଜପା ନେତା ସୁବ୍ରମଣ୍ୟମ ସ୍ବାମୀଙ୍କ ବୟାନ ଚର୍ଚ୍ଚାର ପରିସରକୁ ଆସିଯାଇଛି। ସେ କହିଛନ୍ତି ବାଲା ସାହେବ ଠାକରେ ଚାହୁଁଥିରେ ତାଙ୍କ ପରିବାରର କେହି ଜଣେ ସଦସ୍ୟ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହୁଅନ୍ତୁ। ଏବେ ଆଦିତ୍ୟ ଠାକରେଙ୍କ ପାଖରେ ସେହିସବୁ ଗୁଣ ପରିଲକ୍ଷିତ ହେଉଛି ଯିଏକି ମୁଖ୍ୟମନ୍ତ୍ରୀ ପାଇଁ ଯୋଗ୍ୟ। ଆଦିତ୍ୟଙ୍କ ପାଖରେ ଯଦି ଅଭିଜ୍ଞତା ଥିବା ମନ୍ତ୍ରିମଣ୍ଡଳ ରହିବେ ତେବେ ତାଙ୍କୁ ମହାରାଷ୍ଟ୍ର ସରକାର ଚଳାଇବାରେ ସେମିତି କିଛି ଅସୁବିଧା ହେବନାହିଁ। କାରଣ ରାହୁଲ ଗାନ୍ଧୀଙ୍କ ଅପେକ୍ଷା ଆଦିତ୍ୟ ମୁଖ୍ୟମନ୍ତ୍ରୀ ପଦ ପାଇଁ ଅଧିକ ଯୋଗ୍ୟତା ରଖିଛନ୍ତି।
Posted inଜାତୀୟ