
ଦେବଗଡ଼,୨୮।୩(ଡି.ଏନ୍.ଏ): କରୋନା ମୁକାବିଲା ଲାଗି ଦେବଗଡ଼ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ଉଭୟ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଏକ ଲକ୍ଷ ଟଙ୍କା ଲେଖାଏ ସହାୟତା ରାଶି ପ୍ରଦାନ କରିଛନ୍ତି। ବିଧାୟକ ପାଣିଗ୍ରାହୀ ଏହି ଅର୍ଥ ତାଙ୍କର ପ୍ରାପ୍ୟ ଦରମାରୁ ପ୍ରଦାନ କରିଥିବା ଜଣାପଡ଼ିଛି।