ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟକୁ ଡବଲ୍‌ ଷ୍ଟାଣ୍ଡାର୍ଡ କହିଲେ ନିରଞ୍ଜନ

ଭୁବନେଶ୍ୱର,୧୮।୧୨(ବ୍ୟୁରୋ): ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ଓ ନ୍ୟାଶନାଲ ରେଜିଷ୍ଟର ଅଫ୍‌ ସିଟିଜେନ୍ସ(ଏନ୍‌ଆର୍‌ସି)କୁ ସମର୍ଥନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତବ୍ୟ ଦେଇଛନ୍ତି। ଏହାକୁ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରିଛନ୍ତି।

ନିରଞ୍ଜନ କହିଛନ୍ତି, ନବୀନ ୨୦ ବର୍ଷ ହେଲା ମୁଖ୍ୟମନ୍ତ୍ରୀ ରହିଲେଣି। ଆଉ କେତେ ଦିନ ମିଛ କଥା କହି ଭୁଆଁ ବୁଲାଇବେ। ସିଏଏ ଦ୍ୱାରା ଓଡ଼ିଶା ଲୋକେ ପ୍ରଭାବିତ ହେବେ ନାହିଁ ବୋଲି କହିବା ଡବଲ୍‌ ଷ୍ଟାଣ୍ଡାର୍ଡ ବୋଲି ନିରଞ୍ଜନ କହିଛନ୍ତି।

ପ୍ରକାଶଯୋଗ୍ୟ, ଉକ୍ତ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟ ସରକାର ସିଏଏକୁ ସମର୍ଥନ କରୁଛନ୍ତି, ଏନ୍‌ଆର୍‌ସିକୁ ନୁହେଁ। ସିଏଏ କେବଳ ବିଦେଶୀ ନାଗରିକଙ୍କ ପାଇଁ ପ୍ରଯୁଜ୍ୟ। ଏହାର ପ୍ରଭାବ ଭାରତୀୟ ଜନସାଧାରଣଙ୍କ ଉପରେ ପଡ଼ିବ ନାହିଁ। ଦଳ ପକ୍ଷରୁ ଉଭୟ ରାଜ୍ୟ ସଭା ଓ ଲୋକ ସଭାରେ ଏନ୍‌ଆର୍‌ସି ନେଇ ସ୍ପଷ୍ଟ କରାଯାଇଛି। ଏନ୍‌ଆର୍‌ସିକୁ ଦଳ ସମର୍ଥନ କରୁନାହିଁ। ଏଣୁ ଗୁଜବ ଉପରେ ବିଶ୍ୱାସ ନ କରି ଶାନ୍ତି ବଜାୟ ରଖିବାକୁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ କହିଥିଲେ।

Share