ମୁଖ୍ୟମନ୍ତ୍ରୀ ରିଲିଫି ପାଣ୍ଠିକୁ ସହାୟତା

ଭଣ୍ଡାରିପୋଖରୀ, ୩୦।୪(ଡି.ଏନ.ଏ.)-ଭଣ୍ଡାରିପୋଖରୀ ବ୍ଲକ ଶିକ୍ଷା କାର୍ଯ୍ୟାଳୟ ଅଧୀନ କାର୍ଯ୍ୟରତ ସମସ୍ତ କର୍ମଚାରୀ, ଶିକ୍ଷୟିତ୍ରୀଶିକ୍ଷକ ଓ ସିଆରସିସି ମାନେ ସ୍ବେଚ୍ଛାକୃତ ଭାବେ ସେମାନଙ୍କ ମାର୍ଚ୍ଚ ମାସ ବେତନରୁ ଗୋଟିଏ ଦିନର ବେତନ ପ୍ରଦାନ କରିଛନ୍ତି। ୬,୩୬,୮୭୪ ଟଙ୍କା କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଡିମାଣ୍ଡ ଡ୍ରାଫ୍‌ଟ ପ୍ରଦାନ କରିଛନ୍ତି। ଭଣ୍ଡାରିପୋଖରୀ ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ଦୀପକ କୁମାର ପାଢୀ, ଏବିଇଓ ପୁରୁଷୋତ୍ତମ ଧଳ ଓ ଶିକ୍ଷକ ପ୍ରତିନିଧି ବିମଳ କୁମାର ଦାସ ପ୍ରମୁଖ ଭଦ୍ରକ ଅତିରିକ୍ତ ଜିଲାପାଳ ଶ୍ୟାମଭକ୍ତ ମିଶ୍ରଙ୍କୁ ପ୍ରଦାନ କରିଥିଲେ। ଭଦ୍ରକ ଉପଜିଲାପାଳ ପିତାମ୍ବର ସାମଲ, ଅତିରିକ୍ତ ଜିଲା ପ୍ରକଳ୍ପ ନିର୍ଦ୍ଦେଶକ ରାଜେନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।