Categories: ବାଣିଜ୍ୟ

ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଓଏସ୍‌ବିସିଏଲ୍‌ ଦେଲା ୫ କୋଟି

ଭୁବନେଶ୍ୱର,୨୭। ୩:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରିଲିଫ୍‌ ପାଣ୍ଠିକୁ ଓଡ଼ିଶା ଷ୍ଟେଟ ବେଭରେଜେସ କର୍ପୋରେଶନ ଲିମିଟେଡ(ଓଏସ୍‌ବିସିଏଲ୍‌)ପକ୍ଷରୁ ୫ କୋଟି ଟଙ୍କା ପ୍ରଦାନ କରାଯାଇଛି। କୋଭିଡ-୧୯ର ପ୍ରତିରୋଧ କରିବା ଲାଗି କମ୍ପାନୀ ପକ୍ଷରୁ ଏଭଳି ଯୋଗଦାନ ରଖାଯାଇଥିବା କୁହାଯାଇଛି। ବାତ୍ୟା ଫନୀ ସମୟରେ ମଧ୍ୟ ଏହା ରିଲିଫ ପାଣ୍ଠିକୁ ୫ କୋଟି ଟଙ୍କା ପ୍ରଦାନ କରିଥିଲା। ଏହାବାଦ ଆର୍ଥତ୍କ ବର୍ଷ ୨୦୧୮-୧୯ ବର୍ଷ ଲାଗି ଲାଭାଂଶ ବାବଦ ଏହା ୮.୯୯ କୋଟି ଟଙ୍କା ସରକାରଙ୍କୁ ପ୍ରଦାନ କରିଛି।

Share