ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ

ବଲାଙ୍ଗୀର ଅଫିସ, ୨୨ା୪: କରୋନା ପରିସ୍ଥିତିର ମୁକାବିଲା ପାଇଁ ସମ୍ବଲପୁର ଧର୍ମାଞ୍ଚଳ, ଉତ୍ତର ଭାରତ ମଣ୍ଡଳୀ ପକ୍ଷରୁ ୧ଲକ୍ଷ ଟଙ୍କା ଚେକ୍‌ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ପ୍ରଦାନ କରାଯାଇଛି। ଏହି ସହାୟତା ରାଶି ବଲାଙ୍ଗୀର ଅତରିକ୍ତ ଜିଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରିଙ୍କୁ ପ୍ରଦାନ କରାଯାଇଛି। ସେହିପରି ବଲାଙ୍ଗୀର ଚଟିଆପାଲିସ୍ଥିତ ଇମାନୁୟେଲ ଚର୍ଚ୍ଚ ପକ୍ଷରୁ ମଧ୍ୟ ଏହି ରିଲିଫ ପାଣ୍ଠିକୁ ଚେକ୍‌ ଆକାରରେ ୧୦ ହଜାର ଟଙ୍କା ସହାୟତା ରାଶି ଅତିରିକ୍ତ ଜିଲାପାଳଙ୍କୁ ପ୍ରଦାନ କରାଯାଇଛି।

Share