ବଇଣ୍ଡା, ୨୨ା୪(ଡି.ଏନ.ଏ.)- ଆଠମଲ୍ଲିକ ଉପଖଣ୍ଡ ବଇଣ୍ଡାଠାରେ ଥିବା ରାସ୍ତା ଓ ଗୃହ ନିର୍ମାଣ ସଂସ୍ଥାର ବିଭାଗୀୟ ଅଧିକାରୀ, ସହକାରୀ ନିର୍ବାହୀ ଯନ୍ତ୍ରୀ ଓ ଠିକାଦାରଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୧ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯାଇଛି । ବିଭାଗର ଏସଡିଓ ଦାମୋଦର କୈବର୍ତ୍ତ, କନିଷ୍ଠଯନ୍ତ୍ରୀ ହିମାଂଶୁ ମହାଳିକ, ଠିକାଦାର ସଜନ କୁମାର ଅଗ୍ରଓ୍ବାଲା, ପ୍ରମୋଦ କୁମାର ପ୍ରଧାନ, ରୂପେଶ କୁମାର ପ୍ରଧାନ, ସୁନୀଲ କୁମାର ପ୍ରଧାନ, ଦୁ.େର୍ଯ୍ୟାଧନ ପ୍ରଧାନ, ରଞ୍ଜନ କୁମାର ସାହୁ ପ୍ରମୁଖ ଠିକାଦାର ଅର୍ଥ ଏକାଠି କରି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ଆକାଉଣ୍ଟରେ ଜମା କରିଛନ୍ତି।