ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ସହାୟତା ରାଶି ପ୍ରଦାନ

ଯୋଡ଼ା, ୨୯।୪(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ବ୍ଲକରେ କାର୍ଯ୍ୟ କରୁଥିବା କନିଷ୍ଠ ଶିକ୍ଷକ ସଂଘ ପକ୍ଷରୁ ବୁଧବାର କରୋନା ସହାୟତା ରାଶି ବାବଦକୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୧୮୨୦୦ ଟଙ୍କା ପ୍ରଦାନ କରାଯାଇଛି। ବୁଧବାର ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠି ଆକାଉଣ୍ଟରେ ଜମା କରି ଏହାର ରସିଦ ଯୋଡା ବ୍ଲକ ଅତିରିକ୍ତ ଶିକ୍ଷା ଧିକାରୀ କାର୍ତ୍ତିକ ବେହେରା ଓ ମୁଖ୍ୟ କିରାନୀ ଦେବାନନ୍ଦ ପାତ୍ରଙ୍କୁ ପ୍ରଦାନ କରିଥିଲେ। କନିଷ୍ଠ ଶିକ୍ଷକସଂଘ ପକ୍ଷରୁ ସଭାପତି ବସନ୍ତ ପୃଷ୍ଟି, ଉପସଭାପତି ଧନୁର୍ଜୟ ମୁଣ୍ଡା, ସଦସ୍ୟ ନବ କୁମାର ମଲିକ, କୁନାଲ ପାତ୍ର ପ୍ରମୁଖ ଉପସ୍ଥିତ ରହି ଉକ୍ତ ସହାୟତା ରାଶି ପ୍ରଦାନ କରିଥିଲେ।

Share