ପାଟଣା,୧।୫(ସ୍ବ.ପ୍ର.)-କରୋନା ଭୂତାଣୁ ସଂକ୍ରମଣ ସହ ଦେଶ ଓ ରାଜ୍ୟ ଲଢେଇ କରୁଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପାଟଣା ସ୍ଥିତ ବୈତରଣୀ ମହିଳା ମିଶନ ଶକ୍ତିର ସଦସ୍ୟାମାନେ ଆର୍ଥିକ ସହାୟତା ଦେଇଛନ୍ତି। ବ୍ୟାଙ୍କ ଅଫ ଇଣ୍ଡିଆ ସ୍ବାମପାଟଣା ବ୍ରାଞ୍ଚ ଜରିଆରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୨୫ ହଜାର ଟଙ୍କାର ଆର୍ଥିକ ସହାୟତା ରାଶି ପ୍ରଦାନ କରିଛନ୍ତି। ମିଶନ ଶକ୍ତିର ସଦସ୍ୟା ମହିମା ରାଉତ, ଖୀରମଣି ମହାନ୍ତ ଓ ଖୁଲଣା ମହାନ୍ତ ପାଟଣା ସିଡିପିଓ ତିଳୋତ୍ତମା ମହାପାତ୍ରଙ୍କ ଉପସ୍ଥିତିରେ ବ୍ୟାଙ୍କ ଅଫ ଇଣ୍ଡିଆ ସ୍ବାମ ପାଟଣାର ପରିଚାଳକ ଗୋବିନ୍ଦ ସାହୁଙ୍କୁ ଚେକ ପ୍ରଦାନ କରିଛନ୍ତି।