ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ସହାୟତା

ପଦ୍ମପୁର,୯ା୫(ଡି.ଏନ.ଏ.)-ବାସୁଦେବପୁର ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର କାର୍ଯ୍ୟରତ ସମସ୍ତ ଶିକ୍ଷକ, ଶିକ୍ଷା କର୍ମଚାରୀ, ନୂତନ ଭାବେ ପେନସନଧାରୀ ସେମାନଙ୍କର ୧ମାସ ୧ଦିନର ଦରମାକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଶୁକ୍ରବାର ଦାନ କରିଛନ୍ତି। ବ୍ଲକ ଶିକ୍ଷାଧିକାରୀ ଜଗବନ୍ଧୁ ସାହୁ, ସୁଦର୍ଶନ ପାତ୍ର, ରାଜେନ୍ଦ୍ର ନାରାୟଣ ମହାନ୍ତି, ସୁକାନ୍ତ କୁମାର ପଲେଇ, ବସନ୍ତ କୁମାର ଦାସ ୧୨ଲକ୍ଷ ୮୭ ହଜାର ୨୫୭ ଟଙ୍କାର ଏକ ଚେକ୍‌ ଅତିରିକ୍ତ ଜିଲାପାଳ ଶ୍ୟାମଭକ୍ତ ମିଶ୍ରଙ୍କୁ ପ୍ରଦାନ କରିଛନ୍ତି। ସେହିପରି ନାୟକାଣିଡିହୀ ପଞ୍ଚାୟତର ମଣିନାଗେଶ୍ୱରୀ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଭାପତି ପ୍ରେମଲତା ବାରିକ, ସମ୍ପାଦିକା ସସ୍ମିତା ନାୟକ ୧୧ଶହ ଟଙ୍କା ଓ ସରପଞ୍ଚ ବଂଶୀଧର ବିଶ୍ୱାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପଞ୍ଚାୟତ କାର୍ଯ୍ୟାଳୟରେ ପ୍ରଦାନ କରିଛନ୍ତି।