ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୬ମାସର ଦରମା ଦେଲେ ସରପଞ୍ଚ

ଲାଠୋର, ୬ା୪(ଡି.ଏନ.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଳକ ଲାଠୋର ସରପଞ୍ଚ ପ୍ରବୀଣ ଅଗ୍ରୱାଲ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୬ ମାସର ଦରମା ଚେକ ଆକାରରେ ଖପ୍ରାଖୋଲ ତହସିଲଦାର ନିରଞ୍ଜନ ନାଏକଙ୍କ ଜରିଆରେ ପ୍ରଦାନ କରିଛନ୍ତି। ସେହିପରି ତୁରେକେଲା ବ୍ଳକ ହଲନଭଟା ପଞ୍ଚାୟତ ସରପଞ୍ଚ ବଂଶୀ ତାଣ୍ଡି ତାଙ୍କର ୬ ମାସର ଦରମା ବିଡିଓ ମନୋରଞ୍ଜନ ପାଣିଗ୍ରାହୀଙ୍କ ଜରିଆରେ ପ୍ରଦାନ କରିଛନ୍ତି। ଅନୁରୂପଭାବେ ଲାଠୋର ପଞ୍ଚାୟତ ଡିଗ୍ରୀ ମହାବିଦ୍ୟାଳୟର କର୍ମଚାରୀମାନେ ୨୧ ହଜାର ଟଙ୍କା ପାଟଣାଗଡ ଅତିରିକ୍ତ ଉପଜିଲାପାଳ ପଦ୍ମାନଭ ପୁରୋହିତଙ୍କ ଜରିଆରେ ପ୍ରଦାନ କରିଥିଲେ। ଲାଠୋରସ୍ଥିତ ବଜରଙ୍ଗବଲି ଗିନିଂ ମିଲ ୫୦ହଜାର ଟଙ୍କାର ସହାୟତା ରାଶି ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ପ୍ରଦାନ କରିଥିବା ଜଣାପଡିଛି।

Share