ଛେଣ୍ଡିପଦା,୯ା୪(ସ୍ବ.ପ୍ର.)- ଅନୁଗୋଳ ଜିଲା ଛେଣ୍ଡିପଦା ଗ୍ରାମ୍ୟ କମିଟି ପକ୍ଷରୁ ମୁଖମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨୦ ହଜାର ଟଙ୍କା ଦାନ କରାଯାଇଛି। ଗ୍ରାମ୍ୟ କମିଟି ସଭାପତି ଗୋବର୍ଦ୍ଧନ ନାୟକ, ଉପସଭାପତି ବିପିନ ବିହାରି ପ୍ରଧାନ, କୋଷାଧ୍ୟକ୍ଷ ଜଗବନ୍ଧୁ ସାହୁ, ଜଙ୍ଗଲ କମିଟିର ସଭାପତି ଭଜମନ ବେହେରା, ସାହି ସଭାପତି ଡମ୍ବୁରୁଧର ବେହେରା, ଭୀମସେନ ସାହୁ, ବିଦ୍ୟାଧର ସାହୁ ପ୍ରମୁଖ ଛେଣ୍ଡିପଦା ବ୍ଲକ ଅଧ୍ୟକ୍ଷ ଅଶୋକ କୁମାର ପ୍ରଧାନ ଓ ପୂର୍ବତନ ଜିଲାପରିଷଦ ଦିଲୀପ କୁମାର ବେହେରାଙ୍କ ଉପସ୍ଥିତିରେ ବିଡିଓ ସୁନୀଲ କେର୍କେଟାଙ୍କୁ ୨୦ ହଜାର ଟଙ୍କା ପ୍ରଦାନ କରିଛନ୍ତି। ସେହିପରି ଗ୍ରାମ୍ୟ କମିଟି ସମ୍ପାଦକ କପିଳେଶ୍ବର ସାହୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ୫୦୫ ଟଙ୍କା ପ୍ରଦାନ କରିଛନ୍ତି।