ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ବିଜୁ ଯୁବ ବାହିନୀର ସହାୟତା

ଦେଓଗାଁ, ୧୭ା୪(ଡି.ଏନ.ଏ.)-ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ବିଜୁ ଯୁବ ବାହିନୀ ତରଫରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୧୦ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି ା କରୋନା ମହାମାରୀ ଆତଙ୍କର ମୁକାବିଲା ପାଇଁ ରାଜ୍ୟ ତଥା ଦେଶରେ ଆର୍ଥିକ ସଂଙ୍କଟ ଦେଖାଦେଇଛି। ସ୍ଥିତିର ମୁକାବିଲା ଲାଗି ଦେଓଗାଁ ବ୍ଲକ ବିଜୁ ଯୁବ ବାହିନୀ ସଂଯୋଜକ ଐବନ ଛତ୍ରିଆ, ପ୍ରତ୍ୟୟ ଓଝା, ଦୀପକ ବେହେରା, ରାକେଶ ଗଡତ୍ୟା, ସରୋଜ ସୁନା ଓ କିଶୋର ନିଆଲଙ୍କ ଉପସ୍ଥିତିରେ ବିଡିଓ ନବୀନ କିଶୋର ପାଢ଼ୀଙ୍କୁ ସହାୟତା ରାଶି ପ୍ରଦାନ କରାଯାଇଥିଲା।

Share