ଖପ୍ରାଖୋଲ, ୭ା୪(ଡି.ଏନ.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଭାନପୁର ପଞ୍ଚାୟତ ଅନ୍ତର୍ଗତ ତୁର୍ଲା ଗାଁର ୩୧ ଜଣ ଯୁବକ ନିଜ ଉଦ୍ୟମରେ ୩୨୫୧ ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡକୁ ଦାନ କରିଛନ୍ତି। ଜ୍ୟୋତିରଞ୍ଜନ ପଣ୍ଡାଙ୍କ ନେତୃତ୍ୱରେ ସଂଗୃହୀତ ଅର୍ଥ ଖପ୍ରାଖୋଲ ଗୋଷ୍ଠୀ ଉନ୍ନୟନ ଅଧିକାରୀ ତରଣୀ ସୁନାଙ୍କୁ ପ୍ରଦାନ କରାଯାଇଛି ା ଏହି ଅବସରରେ ଗାଁର ବ୍ରାହ୍ମାନନ୍ଦ ସାହୁ, ଯୁଗେନ୍ଦ୍ର ଦୀପ, ବବଲୁ ମେହେର, ଗୋପାଳ ବାରିକ, ରାଜା ପଣ୍ଡା, ସଞ୍ଜୟ ପାଣିଗ୍ରାହୀ ପ୍ରମୁଖ ୩୧ଜଣ ଯୁବକ ଉପସ୍ଥିତ ଥିଲେ ା