ସମ୍ବଲପୁର, ୧୫।୪ (ବ୍ୟୁରୋ): କରୋନା ମୁକାବିଲା ଲାଗି ପ୍ରତ୍ୟେକ ସ୍ତରରେ ଉଦ୍ୟମ ଜାରି ରହିଛି । ସମ୍ବଲପୁର ଅଶୋକ ଜଲାନ ଫାଉଣ୍ଡେସନ ପକ୍ଷରୁ କରୋନା ମୁକାବିଲା ଲାଗି ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ୧୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ଫାଉଣ୍ଡେସନ ମୁଖ୍ୟ ଇଂ. ଅଶୋକ ଜଲାନ ଏନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଫାଉଣ୍ଡେସନ ପକ୍ଷରୁ ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ବିବିଧ କାର୍ଯ୍ୟୟକ୍ରମ ହାତକୁ ନିଆଯାଇଛି । ମାସ୍କ ବଣ୍ଟନ କରିବା ସହ ଶହେ ଗରିବ ତଥା ଅସହାୟଙ୍କୁ ଖାଦ୍ୟ ସାମଗ୍ରୀ ମଧ୍ୟ ଦିଆଯାଇଛି।