Categories: ଅନୁଗୋଳ

ମୁଖ୍ୟ ଚିକିତ୍ସାଳୟ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ: ବେଡ୍‌ ଛାଡ଼ି ପଳାଇଲେ ମାନସିକ ରୋଗୀ

ଅନୁଗୋଳ ଅଫିସ, ୩।୭ – ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଜଣେ ମାନସିକ ରୋଗୀ ବେଡ୍‌ ଛାଡ଼ି କେଉଁଆଡ଼େ ପଳାଇଯିବା ମଙ୍ଗଳବାର ଚର୍ଚ୍ଚାର ବିଷୟ ହୋଇଛି। ମେଡିକାଲ କର୍ତ୍ତୃପକ୍ଷଙ୍କ ହୁଗୁଳା ସୁରକ୍ଷା ବ୍ୟବସ୍ଥା ଯୋଗୁ ବାରମ୍ବାର ଏପରି ଘଟଣା ଘଟୁଥିବା ଅଭିଯୋଗ ହେଉଛି। ତେବେ ଘଟଣା ସମ୍ପର୍କରେ କର୍ମଚାରୀମାନେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରି ନ ଥିବା ବେଳେ ପଳାଇ ଯାଇଥିବା ରୋଗୀଙ୍କ ସ୍ତ୍ରୀ ରୀନା ସାହୁ ଚିନ୍ତାରେ ପଡ଼ିଛନ୍ତି।
କଣିହଁା ବ୍ଲକ ନଅକନକା ଅଞ୍ଚଳର ସୁଦାମ ସାହୁ ୬ ଦିନ ପୂର୍ବରୁ ମାନସିକ ଭାରସ୍ୟାମ ହରାଇଥିବାରୁ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଡେଙ୍ଗୁ ୱାର୍ଡର ୨୫ ନମ୍ବର ବେଡ୍‌ରେ ତାଙ୍କର ଚିକିତ୍ସା