ମୁଖ୍ୟ ଡାକ୍ତରଖାନାରୁ ଆରମ୍ଭ ହେଲା ବିଶୋଧନ

ବାଲେଶ୍ୱର ଅଫିସ, ୨।୪-କରୋନା ଭୂତାଣୁ ସହ ମୁକାବିଲା କରିବା ପାଇଁ ପୋଲିସ ପ୍ରଶାସନ ଅଗ୍ନିଶମ ବିଭାଗ ସହ ମିଶି ବାଲେଶ୍ୱର ଜିଲାର ସହରଗୁଡ଼ିକୁ ବିଶୋଧନ କରିବା ପାଇଁ ଯୋଜନା କରାଯାଇଛି। ସହରରେ ଥିବା ଡାକ୍ତରଖାନା, ବ୍ୟାଙ୍କ, ଦୈନଦିନ ବଜାର, ମୁଖ୍ୟରାସ୍ତା ଏପରିକି ଲୋକେ ଯା’ଆସ କରୁଥିବା ଅଞ୍ଚଳଗୁଡ଼ିକୁ ବିଶୋଧନ କରାଯାଇଛି। ଏହି କାର୍ଯ୍ୟ ପାଇଁ ପୂର୍ବାଞ୍ଚଳ ଆଇଜି ଦୀପ୍ତେଶ ପଟ୍ଟନାୟକ ଅଗ୍ନିଶମ ବିଭାଗର ଜିଲା ଅଧିକାରୀ ଧୀରେନ ସୋରେନଙ୍କ ସହ ବୁଧବାର ଆଲୋଚନା କରିଥିଲେ। ଗୁରୁବାର ପ୍ରଥମେ ଜିଲା ମୁଖ୍ୟ ଡାକ୍ତରଖାନାକୁ ବିଶୋଧନ କରାଯାଇଛି ବୋଲି ଜିଲା ଅଗ୍ନିଶମ ଅଧିକାରୀ ସୋରେନ କହିଛନ୍ତି। ସହରର ସମସ୍ତ ଜନବହୁଳ ଅଞ୍ଚଳଗୁଡ଼ିକୁ ମୁଖ୍ୟ ସୋଡ଼ିୟମ୍‌ ହାଇପୋକ୍ଲୋରାଇଡ଼ରେ ବିଶୋଧନ କରାଯିବ ।

Share