Categories: ଯାଜପୁର

ମୁଖ୍ୟ ବନ ସଂରକ୍ଷକଙ୍କ ଡାଳିଯୋଡା ଗସ୍ତ

ଛତିଆ,୧ା୬(ଡି.ଏନ.ଏ.)- ରାଜ୍ୟ ସରକାରଙ୍କ ଜଙ୍ଗଲ ବିଭାଗର ମୁଖ୍ୟ ବନ ସଂରକ୍ଷକ ସଞ୍ଜୀବ କୁମାର ତ୍ରିପାଠୀ ଶୁକ୍ରବାର ଡାଳିଯୋଡା ବନାଞ୍ଚଳର ଚଣ୍ଡିଖୋଲ ସେକ୍ସନ୍‌ ଗସ୍ତରେ ଆସିଥିଲେ। ମହାବିନାୟକ ନର୍ସରୀ ଓ ମହାବିନାୟକ ସଂରକ୍ଷିତ ଜଙ୍ଗଲରେ ବାତ୍ୟା କ୍ଷତିଗ୍ରସ୍ତ ଜଙ୍ଗଲ ପରିଦର୍ଶନ କରିଥିଲେ। ଏଥିସହ ତେଲିଗଡ଼ଠାରେ ୫୦ ଏକର ନଣ୍ଡାପାହାଡ ବନୀକରଣ ହୋଇଥିବା କାମ ଦେଖିବା ସହ କ୍ଷୟକ୍ଷତି ଆକଳନ କରି ଫେରିଯାଇଛନ୍ତି। ଉକ୍ତ ପରୀକ୍ଷଣ ସମୟରେ କଟକ ଏସିଏଫ୍‌ ଶରତ କୁମାର ସାହୁ, ଡାଳିଯୋଡା ବନାଞ୍ଚଳ ଅଧିକାରୀ ଏସିଏଫ୍‌ ମନୋରଞ୍ଜନ ସ୍ବାଇଁ, ଚଣ୍ଡିଖୋଲ ବନପାଳ ଶଶିକାନ୍ତ ବେହେରା, ବନରକ୍ଷୀ ଇପ୍ସିତ୍‌ ରାୟ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।