Categories: ବାଣିଜ୍ୟ

ମୁଖ୍ୟ ମନ୍ତ୍ରୀଙ୍କୁ ଭେଟିଲେ ଆଇଟିସି ଅଧ୍ୟକ୍ଷ

ଭୁବନେଶ୍ୱର,୩୦-୫: ଆଇଟିସି ଅଧ୍ୟକ୍ଷ ତଥା ନିର୍ଦ୍ଦେଶକ ସଞ୍ଜୀବ ପୁରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶପଥ ଗ୍ରହଣ ଉତ୍ସବ ପରେ ସାକ୍ଷାତ କରିଛନ୍ତି। ବାତ୍ୟା ପ୍ରଭାବିତଙ୍କ ଲାଗି ଆଇଟିସି ପକ୍ଷରୁ ୫ କୋଟି ଟଙ୍କାର ଏକ ଚେକ୍‌ ମୁଖ୍ୟ ମନ୍ତ୍ରୀଙ୍କୁ ପୁରୀ ପ୍ରଦାନ କରିଛନ୍ତି। ପଞ୍ଚମଥର ଲାଗି ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିବାରୁ ନବୀନଙ୍କୁ ସେ ଶୁଭେଛା ପ୍ରଦାନ କରିଛନ୍ତି। ସେହିଭଳି ରାଜ୍ୟ ସରକାର ବାତ୍ୟା ପ୍ରଭାବିତ ଲୋକଙ୍କର ପୁନର୍ବାସ ଏବଂ ଥଇଥାନ କାର୍ଯ୍ୟକୁ ସୁଚାରୁ ରୂପେ ପରିଚାଳନା କରିଥିବାରୁ ପୁରୀ ଏହାକୁ ପ୍ରଶଂସା କରିଥିଲେ। ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ଲାଗି ଆଇଟିସି ରାଜ୍ୟ ସରକାରଙ୍କୁ ଖାଦ୍ୟ ଏବଂ ଜରୁରୀ ଆବଶ୍ୟକତା ସାମଗ୍ରୀ ଯୋଗାଇ ଦେଇଥିଲା। ରାଜ୍ୟରେ ଖାଦ୍ୟ ପ୍ରକ୍ରିୟାକରଣ, ଆତିଥି ସେବା ଦିଗରେ କମ୍ପାନୀର ଯୋଜନା, ମାଲକାନଗିରି ଜିଲାରେ ସାମାଜିକ ସେବା ଓ ଜଙ୍ଗଲ ରକ୍ଷଣାବେକ୍ଷଣ ଦିଗରେ ଆଇଟିସିର ପୁଞ୍ଜିନିବେଶ ଉପରେ ସେ ଅବଗତ କରାଇଥିଲେ।

Share