Advertisement
Categories: ଜାତୀୟ

ମୁଖ ଦୁର୍ଗନ୍ଧ ବି ହୋଇପାରେ ଡାଏବେଟିସ୍‌ର ଲକ୍ଷଣ

ପାଟି ଦୁର୍ଗନ୍ଧ ହେବା ସମସ୍ୟା ଡାଏବେଟିସ୍‌ର ଅନ୍ୟ ଏକ ଲକ୍ଷଣ ହୋଇପାରେ। କୌଣସି ବ୍ୟକ୍ତିଙ୍କୁ ଡାଏବିଟିସ୍‌ ଗ୍ରାସ କଲେ ପ୍ରଥମେ ରକ୍ତଶର୍କରା ସ୍ତର ଅନିୟନ୍ତ୍ରିତ ହୋଇଥାଏ। ଏହାଦ୍ୱାରା ଦାନ୍ତ ମାଢ଼ି ଦୁର୍ବଳ ହୋଇଯାଏ। ଫଳରେ ଦାନ୍ତ ମଧ୍ୟରେ ଶୂନ୍ୟସ୍ଥାନ ପରିଲକ୍ଷିତ ହୋଇଥାଏ। ଭୋଜନ ସମୟରେ ଏହି ଶୂନ୍ୟସ୍ଥାନରେ ଖାଦ୍ୟର ଅବଶେଷ ରହିଗଲେ, ଧୀରେ ଧୀରେ ଏଥିରେ ଜୀବାଣୁ ବଢ଼ି ମୁଖ ଦୁର୍ଗନ୍ଧର ପ୍ରଥମ କାରଣ ସାଜିଥାଏ। ଅନେକ ସମୟରେ ମୁଖ ଦୁର୍ଗନ୍ଧ ହେଲେ ଲୋକେ ମାଉଥ୍‌ୱାଶ୍‌ କିମ୍ବା ଜେଲ୍‌ ବ୍ୟବହାର କରିଥାନ୍ତି, ଯାହା ଆଦୌ ଉଚିତ୍‌ ନୁହେଁ। କାରଣ ଏହାଦ୍ୱାରା ଦୁର୍ଗନ୍ଧ ସମସ୍ୟା ବଢ଼ିବାରେ ଲାଗେ। ତେଣୁ ଏହାର ତୁରନ୍ତ ସମାଧାନ ପାଇଁ ଡାକ୍ତରୀ ପରାମର୍ଶ ନିତାନ୍ତ ଜରୁରୀ। ଦାନ୍ତ ସହ ଜଡ଼ିତ ଯନ୍ତ୍ରଣା ମଧୁମେହ ରୋଗୀଙ୍କ ମଧ୍ୟରେ ଅଧିକ ଥାଏ। ଏହାଦ୍ୱାରା ସେମାନଙ୍କଠାରେ ପାଇରିଆ ସମ୍ଭାବନା ବଢ଼ିଥାଏ। ଡାଏବିଟିସ୍‌ ପୀଡ଼ିତଙ୍କୁ ଦିନକୁ ଦୁଇଥର ଦାନ୍ତ ପରିଷ୍କାର କରିବା ଉଚିତ୍‌।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share