Categories: ଜାତୀୟ

ମୁଜଫରପୁର ଶେଲ୍‌ଟର ହୋମ୍‌ ମାମଲା: ୨୦ ଜାନୁୟାରୀକୁ ଘୁଞ୍ଚିଲା ଶୁଣାଣି

ନୂଆଦିଲ୍ଲୀ,୧୪।୧: ଦିଲ୍ଲୀର ସାକେତ କୋର୍ଟ ମଙ୍ଗଳବାର ମୁଜଫରପୁର ଶେଲ୍‌ଟର ହୋମ୍‌ ବଳାତ୍କାର ମାମଲାର ଶୁଣାଣିକୁ ଘୁଞ୍ଚାଇ ଦେଇଛନ୍ତି। ଆସନ୍ତା ୨୦ ତାରିଖରେ ଏହି ମାମଲାର ଶୁଣାଣି କରିବାକୁ କୋର୍ଟ କହିଛନ୍ତି। ନିକଟରେ ଏହି ମାମଲାର ଶୁଣାଣି ତାରିଖକୁ ଘୁଞ୍ଚାଇ ୧୪ ଜାନୁୟାରୀ ରଖାଯାଇଥିବା ବେଳେ ଏବେ ପୁଣିଥରେ ଏହାକୁ ଘୁଞ୍ଚାଇ ଦିଆଯାଇଛି। ସୂଚନାଯୋଗ୍ୟ, ବିହାର ମୁଜଫରପୁର ଶେଲ୍‌ଟର ହୋମ୍‌ରେ ନାବାଳିକା ଓ ଯୁବତୀଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ଆସିବା ପରେ ଏହି ମାମଲା ରୁଜୁ କରାଯାଇଥିଲା। କେବଳ ସେତିକି ନୁହେଁ ଯୌନ ଶୋଷଣ ପରେ କେତେଜଣ ଯୁବତୀଙ୍କ ମୃତଦେହଙ୍କୁ ମଧ୍ୟ ପୋତି ଦିଆଯାଇଥିବା ଅଭିଯୋଗ ହୋଇଥିଲା।

Share