Categories: ଜାତୀୟ

ମୁଜାଫରପୁର ଶେଲ୍‌ଟର ହୋମ୍‌ ମାମଲା: ବ୍ରଜେଶଙ୍କ ସମେତ ୧୯ ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ,୨୦।୧: ବିହାରର ବହୁଚର୍ଚ୍ଚିତ ମୁଜାଫରପୁର ଶେଲ୍‌ଟର ହୋମ୍‌ ମାମଲାରେ ସୋମବାର ଦିଲ୍ଲୀର ଏକ କୋର୍ଟ ରାୟ ପ୍ରକାଶ କରିଛନ୍ତି। ଏହି ମାମଲାରେ ଶେଲ୍‌ଟର ହୋମ୍‌ରେ ଝିଅମାନଙ୍କୁ ଯୌନ ନିର୍ଯାତନା ଦେଉଥିବା ମୁଖ୍ୟ ଅଭିଯୁକ୍ତ ବ୍ରଜେଶ ଠାକୁରଙ୍କ ସମେତ ୧୯ଜଣଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହାସହ ଏହି ମାମଲାରେ କୋର୍ଟ ଜଣଙ୍କୁ ଦୋଷମୁକ୍ତ କରିଛନ୍ତି। ଏହାପରେ କୋର୍ଟ ଦୋଷୀଙ୍କ ଦଣ୍ଡବିଧାନକୁ ନେଇ ପରବର୍ତ୍ତୀ ତାରିଖରେ ଘୋଷଣା କରିବେ। ସୂଚନାଯୋଗ୍ୟ, ମୁଜାଫରପୁର ଜିଲାର ଏକ ଶେଲ୍‌ଟର ହୋମ୍‌ରେ ପ୍ରାୟ ୪୦ ଜଣ ବାଳିକାଙ୍କୁ ଯୌନ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ଆସିଥିଲା। ଏହା ବ୍ରଜେଶ ଠାକୁରଙ୍କ ଦ୍ୱାରା ପରିଚାଳନା କରାଯାଉଥିଲା। ଏହି ମାମଲାକୁ ସୁପ୍ରିମକୋର୍ଟ ବିହାରରୁ ଦିଲ୍ଲୀ ପଠାଇଦେବା ସହ ୬ ମାସ ମଧ୍ୟରେ ଏହାର ରାୟ ଶୁଣାଇବାକୁ କହିଥିଲେ।

Share