Categories: ଜାତୀୟ

ମୁଜାଫରପୁର ହସ୍ପିଟାଲ ପଛରେ ମିଳିଲା ମାନବ କଙ୍କାଳ

ପାଟନା,୨୨।୬: ବିହାର ମୁଜାଫରପୁରରେ ଥିବା ଶ୍ରୀକ୍ରିଷ୍ଣା ମେଡିକାଲ କଲେଜ ଓ ହସ୍ପିଟାଲରେ ମସ୍ତିଷ୍କ ଜ୍ୱରରେ ଶହ ଶହ ଶିଶୁଙ୍କ ମୃତ୍ୟୁ ଘଟିଥିବା ବେଳେ ଏବେ ଏହି ହସ୍ପିଟାଲ ପଛପଟେ ମାନବ କଙ୍କାଳ ମିଳିବା ଆଲୋଚନାର ବିଷୟ ପାଲଟିଛି। ତେବେ ଅପରିଚିତ ବ୍ୟକ୍ତିଙ୍କ ମୃତ ଶରୀରକୁ ପୋଷ୍ଟମର୍ଟମ ପରେ ସଂସ୍କାର କରା ନ ଯାଇ ହସ୍ପିଟାଲ ପଛପଟେ ଫୋପାଡି ଦିଆଯାଇଥିବା ଅନୁମାନ କରାଯାଉଛି। ତେବେ ପ୍ରଶାସନ ଏକ ସ୍ବତନ୍ତ୍ର କମିଟି ଗଠନ କରି ମାମଲାର ଯାଞ୍ଚ କରିବାକୁ ସ୍ଥିର କରିଛି। ସୂଚନାଯୋଗ୍ୟ, ଅଢେଇ ବର୍ଷ ପୂର୍ବେ ଏହି ହସ୍ପିଟାଲ ପରିସରରେ ମାନବ କଙ୍କାଳ ମିଳିଥିଲା।

Share