‘ମୁଟ୍‌ କୋର୍ଟ’ ପ୍ରତିଯୋଗିତା ଜିତିଲେ ମିତାଲି ମଧୁସ୍ମିତା

ଭୁବନେଶ୍ୱର,୨୦ା୨(ବ୍ୟୁରୋ): ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନ ଆଇନ ମହାବିଦ୍ୟାଳୟର ଦ୍ୱିତୀୟ ବର୍ଷ ଛାତ୍ରୀ ମିତାଲି ମଧୁସ୍ମିତା କଟକ ହାଇକୋର୍ଟ ବାର୍‌ ଆସୋସିଏଶନ୍‌ ପକ୍ଷରୁ ଆୟୋଜିତ ବିବୁଧେନ୍ଦ୍ର ମିଶ୍ର ଜାତୀୟସ୍ତରୀୟ ‘ମୁଟ୍‌ କୋର୍ଟ’ ପ୍ରତିଯୋଗିତାରେ ପ୍ରଥମସ୍ଥାନ ଅଧିକାର କରିଛନ୍ତି। ପୁରସ୍କାର ବାବଦକୁ ତାଙ୍କୁ ୨୫ ହଜାର ଟଙ୍କା ଅର୍ଥରାଶି ସହ ଟ୍ରଫି ଏବଂ ମାନପତ୍ର ପ୍ରଦାନ କରାଯାଇଛି। ପୂର୍ବରୁ ମଧ୍ୟ ମିତାଲି ବିଭିନ୍ନ ରାଜ୍ୟସ୍ତରୀୟ ‘ମୁଟ୍‌ କୋର୍ଟ’ ପ୍ରତିଯୋଗିତାରେ ଭାଗନେଇ ବିଜୟୀ ହୋଇଥିଲାବେଳେ ଗତ ଅକ୍ଟୋବରରେ ବିଜୟୱାଡ଼ାଠାରେ ଅନୁଷ୍ଠିତ ଜାତୀୟସ୍ତରୀୟ ‘ମୁଟ୍‌ କୋର୍ଟ’ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ।

Share