Advertisement

ମୁଡ୍‌ ବଦଳାଉଛନ୍ତି କରନ୍‌

ମୁମ୍ବାଇ: ବଲିଉଡ୍‌ର ନାମୀ ନିର୍ଦ୍ଦେଶକ କରନ ଜୋହରଙ୍କର ଏବେ ମୁଡ୍‌ ବଦଳିଥିବା ଆଲୋଚନା ହେଉଛି। ପୂର୍ବରୁ ‘କୁଛ କୁଛ ହୋ ତା ହୈ’, ‘କଭି ଅଲ୍‌ବିଦା ନା କେହେନା’, କଲ୍‌ ହୋ ନା ହୋ’, ‘ରାଜି’, ‘କଳଙ୍କ’ ପରି ଫିଲ୍ମ ଦର୍ଶକଙ୍କୁ ଭେଟିଦେଇଥିବା କରନ ଏବେ ନିଜର ମୁଡ୍‌ ବଦଳାଉଥିବା ସୋସିଆଲ ମିଡିଆ ମାଧ୍ୟମରେ ଜଣାଇଛନ୍ତି। ତେତେ ଧର୍ମା ପ୍ରଡକ୍ସନରେ ଏବେ କିଛି ହରର୍‌ ଫିଲ୍ମ ତିଆରି କରାଯିବ ବୋଲି କରନ୍‌ ସୂଚନା ଦେଇଛନ୍ତି। ନିକଟରେ ସେ ସୋସିଆଲ ମିଡିଆ ଇନଷ୍ଟାଗ୍ରାମ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ତେବେ ହରର୍‌ ଫିଲ୍ମରେ ମଧ୍ୟ ସେ ସଫଳ ହେବେ ବୋଲି ଆଶା ରଖିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share