ମୁଢ଼ି ମିକ୍ସଚର ଦେଇଛେ ଜୀବନ୍‌ଜିବ୍‌କା

କର୍ଲାମୁଣ୍ଡା, ୨୨।୧ (ଡି.ଏନ୍‌.ଏ.)-କଥାରେ ଅଛେ କାମ୍‌କେ ଛୋଟ୍‌ ବଡ଼ ନାଇଁ ଭାବି କରି କରମ୍‌ କରୁଥିବାର ଲୋକ୍‌ର ପେଟ୍‌ କେଭେ ଖାଲି ନାଇଁ ରହେ। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅଂଚଲରେ।
ସୂଚନା ଅନ୍‌ସାରେ କର୍ଲାମୁଣ୍ଡା ବ୍ଲକ ରିଞ୍ଜା ଗଁାର ଦୁର୍ଯ୍ୟୋଧନ ସାହୁ(୪୯)। ପରିବାର କହେଲେ ମାଏକିନା ଆର ୩ ପୁଓକୁଁ ନେଇ ସଁସାର। ପରିବାରଟା ନିହାତି ଗରିବ୍‌, ଜମିବାଡ଼ି ବଲି କିଛି ନାଇଁ। ଘରେ ସବୁବେଲେ ଅଭାବ ଅନାଟନ ଲାଗି ରହିଥିଲା। ଏନ୍‌ତାଥି ଆଏଜ୍‌କେ ୨୦ ବଛର ତଲେ ଦୁର୍ଯ୍ୟୋଧନ ସାଇକେଲରେ ବୁଲି ବୁଲି ମୁଢ଼ି ମିକ୍ସଚର ବିକ୍‌ବାର ଆରମ୍‌ କରିଥିଲେ। ସେସମିଆରେ ସେ ୫୦ ଟଁକାରେ ନିଜର ବେପାର ଆରମ୍‌ କରିଥିଲେ ଆର ସେଥ୍‌ରେ ଦିନକ ୧୫୦ ଟଁକା ଲାଭ୍‌ କରୁଥିଲେ। ସେଦିନ୍‌ଠାନୁ ନିଜର ବେପାରକେ ଭଲ ପାଏବାର ସଂଗେ ପରିଶ୍‌ରମ କରି ଆସୁଛନ୍‌। ଇ ମୁଢ଼ି ମିକ୍ସଚର ବେପାରରୁ ସେ ବଡ଼ପୁଓକେ ବିହାଚୁରା କରି ସାରିଥିଲାବେଲେ ସେ ଏହେଦେ ସିଟି କରୁଛନ୍‌। ସେନ୍‌ତା ବାକି ଦୁଇ ପୁଓ ବିଏ ପାସ୍‌ କରି ଚାକ୍‌ରିବାକ୍‌ରି ଖୁଜୁଛନ୍‌। ସେନ୍‌ତା ସେବେଲର ଭୂମିହୀନ ଦୁର୍ଯ୍ୟୋଧନ ଏହେଦେ ଇ ବେପାରରୁ ୧ ଏକର ଚାଷ୍‌ଜମି ଆର ୧୨ ଡେସିମିଲ ଘରଡିହ କରିପାରିଛନ୍‌। ତାକର ବେପାରରେ ବି କିଛି ପରିବରତନ କରିଛନ୍‌। ଆଗ୍‌ରୁ ସେ ସାଇକେଲ ମାଡ଼ି ମାଡ଼ି ଗଁାଗଁା ବୁଲି ବେପାର କରୁଥିଲେ। ହେଲେ ଏହେଦେ ସେ ଗୁଟେ ଟିଭିଏସ୍‌ ସୁପରଏକ୍ସସେଲ ଗାଡ଼ି ଘିନି ସେଥ୍‌ରେ ବୁଲି ବୁଲି ବେପାର କରୁଛନ୍‌। ତାହାକୁ ଇ ବେପାର ବାବ୍‌ଦେ ପଚ୍‌ରାଲାରୁ ଆଗିଅଁା ବେପାର ଛୋଟ୍‌ କି ବଡ଼ ନୁହେ। ଯେନ୍‌ ବି ବେପାର କରୁନ୍‌ ପହେଲା ସେତାକେ ନିଜେ ଭଲ୍‌ ପାଏବାର କଥା। ଲାଭ୍‌ ଲବ୍‌ଧି ତ ପଛର କଥା। ସେନ୍‌ତା ଅନେକ ସମିଆରେ ଗରିବି, ଭୁଖ୍‌ମରି, ଅଭାବ ଅନାଟନ ମୁନୁଷ୍‌କେ ରାସ୍‌ତା ଦେଖେଇ ଦେସି ବଲି ସେ କହିଥିଲେ।

Share