ମୁଣ୍ଡବ୍ୟଥା ହେଉଥିଲେ…ଘରୋଇ ଉପାୟ….

ମୁଣ୍ଡବ୍ୟଥା ସମସ୍ୟା ଅନେକଙ୍କଠାରେ ଥାଏ। ତେବେ ଘରୋଇ ଉପାୟରେ କିଭଳି ଏଥିରୁ ନିସ୍ତାର ପାଇବେ, ଜାଣନ୍ତୁ ସେ ସମ୍ପର୍କରେ..

୧. ତେଜପତ୍ର ପଡ଼ିଥିବା ନାଲି ଚା’ରେ ଲେମ୍ବୁରସ ପକାଇ ପିଇଲେ ମୁଣ୍ଡବ୍ୟଥାରେ ଲାଭ ମିଳିଥାଏ।

୨. ନଡ଼ିଆ ପାଣି, ଚାଉଳଧୁଆ ପାଣି ସହ ଶୁଣ୍ଠି ପାଉଡର୍‌ ମିଶାଇ ଉକ୍ତ ପ୍ରଲେପକୁ ମୁଣ୍ଡରେ ଲଗାଇଲେ ଆରାମ ମିଳେ।

୩. ଧଳା ଚନ୍ଦନ ପାଉଡରକୁ ଚାଉଳଧୁଆ ପାଣିରେ ମିଶାଇ ଏକ ଲେପ ପ୍ରସ୍ତୁତ କରି ମୁଣ୍ଡରେ ଲଗାଇଲେ ବି ଉପଶମ ମିଳିଥାଏ।

୪. ଲାଲ ତୁଳସୀପତ୍ରକୁ ବାଟି ଦିନକୁ ୨-୩ ଥର ମୁଣ୍ଡରେ ଲଗାଇଲେ ମୁଣ୍ଡବ୍ୟଥା କମିଥାଏ।

୫. ଚାଉଳଧୁଆ ପାଣିରେ ଜାଇଫଳକୁ ଘୋରି ମଧ୍ୟ ମଥାରେ ଲଗାଇପାରିବେ।

୬. ସବୁଜ ଧନିଆ ପତ୍ରକୁ ଦଳି ତାର ଲେପ ମଥାରେ ଲଗାଇଲେ ଆରାମ ମିଳିଥାଏ।

୭. ଧଳାସୂତା କପଡ଼ାକୁ ସିର୍‌କାରେ ବୁଡ଼ାଇ ମଥାରେ ରଖିଲେ ଆରାମ ମିଳିଥାଏ।