Categories: ଜାତୀୟ

ମୁଣ୍ଡରେ ଗାନ୍ଧୀ ଟୋପି ପିନ୍ଧି ସ୍କୁଲ ଆସନ୍ତି ଛାତ୍ର

ଭୋପାଳ,୨୮।୯: ମଧ୍ୟପ୍ରଦେଶ ନରସିଂହପୁର ଜିଲାରେ ଏକ ସରକାରୀ ମାଧ୍ୟମିକ ବାଳକ ବିଦ୍ୟାଳୟରେ ମୁଣ୍ଡରେ ଗାନ୍ଧୀ ଟୋପି ପିନ୍ଧି ଛାତ୍ରମାନେ ଆସିଥାନ୍ତି। ସ୍କୁଲରେ ମହାତ୍ମା ଗାନ୍ଧୀଙ୍କ ପ୍ରିୟ ଭଜନ ରଘୁପତି ରାଘବ ରାଜା ରାମ ପ୍ରାର୍ଥନାରେ ଗାନ କରାଯାଇଥାଏ। ସ୍ଥାନୀୟ ସିଂହପୁର ବଡ଼ା ଗାଓ୍ବଁରେ ଏହି ସ୍କୁଲ ରହିଛି। ଏଠାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ପାଠ ପଢ଼ାଯାଇଥାଏ। ୧୯୪୫ ଅକ୍ଟୋବର ୩ରେ ମହାତ୍ମା ଗାନ୍ଧୀ ଏହି ଗାଁକୁ ଆସିଥିଲେ। ତେଣୁ ତାଙ୍କୁ ସମ୍ମାନ ଜଣାଇ ଏହି ସ୍କୁଲରେ ଛାତ୍ରମାନେ ଏଭଳି କରିଥାନ୍ତି ବୋଲି ଶିକ୍ଷକ ସନ୍ଦୀପ୍‌ ଶର୍ମା କୁହନ୍ତି।

Share