ମୁଣ୍ଡରେ ବିଭିନ୍ନ ସାମଗ୍ରୀ ବୋହି ଜଙ୍ଗଲରେ ବୁଲିବୁଲି ଲୋକଙ୍କ ପାଖରେ ପହଞ୍ଚାଉଛନ୍ତି ବିଧାୟିକା: ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ନୂଆଦିଲ୍ଲୀ,୨୮।୫: ଭାରତରେ କରୋନା ସଂକ୍ରମଣ ବଢ଼ିଚାଲିଛି। କରୋନା ସଙ୍କଟ ସମୟରେ ବହୁ ବ୍ୟକ୍ତିବିଶେଷ, ସଂସ୍ଥା ତଥା ସରକାରଙ୍କ ପକ୍ଷରୁ ଲୋକଙ୍କ ପାଖରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବା କାର୍ଯ୍ୟ ଜାରି ରଖିଛନ୍ତି। ତେଲଙ୍ଗାନାର ମୁଲୁଗୁ ବିଧାନସଭା କ୍ଷେତ୍ରର କଂଗ୍ରେସ ବିଧାୟିକା ଦାନସରି ଅନୂସୟା ମୁଣ୍ଡରେ ବିଭିନ୍ନ ସାମଗ୍ରୀ ବୋହି ଜଙ୍ଗଲରେ ବୁଲିବୁଲି ଲୋକଙ୍କ ପାଖରେ ପହଞ୍ଚାଉଛନ୍ତି। ଜଙ୍ଗଲରେ ବାସ କରୁଥିବା ଲୋକଙ୍କ ପାଖରେ ଦୀର୍ଘ ୬୦ ଦିନ ହେଲା ସେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବାରେ ବ୍ୟସ୍ତ ଅଛନ୍ତି। ଭୋକ ଲାଗିଲେ ଜଙ୍ଗଲରେ ବାସ କରୁଥିବା ଲୋକଙ୍କ ସହିତ ମିଶି ଖାଦ୍ୟ ବି ଖାଉଛନ୍ତି। ବିଧାୟିକାଙ୍କର ଏକ ମିନିଟ ୯ ସେକେଣ୍ଡର ଏକ ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ମୁଲୁଗୁ ବିଧାନସଭା କ୍ଷେତ୍ରରେ ପ୍ରାୟ ୭୦୦ ଗାଁ ରହିଛି। ସେଥିମଧ୍ୟରୁ ୫୦୦ରୁ ଅଧିକ ଗାଁରେ ଇତିମଧ୍ୟରେ ବିଧାୟିକା ସହାୟତା ଯୋଗାଇ ସାରିଛନ୍ତି।

Share