Categories: ମେଟ୍ରୋ

ମୁଣ୍ଡଳିରେ ଭାଙ୍ଗିଲା ଡଙ୍ଗା, ବର୍ତ୍ତିଲେ ମତ୍ସ୍ୟଜୀବୀ

ନରାଜ,୭ା୧୧(ଡି.ଏନ୍‌.ଏ.) ବାରଙ୍ଗ ବ୍ଲକ ଅନ୍ତର୍ଗତ ମହାନଦୀର ମୁଣ୍ଡଳି ବ୍ୟାରେଜଠାରେ ବୁଧବାର ଏକ ମାଛ ଧରୁଥିବା ଡଙ୍ଗା ହଠାତ୍‌ ଭାଙ୍ଗିଯାଇଥିଲା। ଏହି ସମୟରେ ମାଛ ଧରୁଥିବା ଦୁଇ ମତ୍ସ୍ୟଜୀବୀ ଅଳ୍ପକେ ବର୍ତ୍ତିଯାଇଛନ୍ତି। ସୂଚନାଯୋଗ୍ୟ, ବୁଧବାର ପୂର୍ବାହ୍ନ ୧୧ଟା ସମୟରେ ସବୁଦିନ ଭଳି ସାନମୁଣ୍ଡଳି ଗ୍ରାମର ଦୌତାରି ବେହେରା ଓ ଚନ୍ଦନ ବେହେରା ମୁଣ୍ଡଳି ବ୍ୟାରେଜ ନିକଟରେ ମାଛ ମାରୁଥିଲେ। କିନ୍ତୁ କୌଣସି କାରଣବଶତଃ ଡଙ୍ଗାଟି ଭାଙ୍ଗି ଯାଇଥିଲା। ଫଳରେ ଡଙ୍ଗାଟି ଧୀରେ ଧୀରେ ବୁଡିବାକୁ ଲାଗିଲା ସ୍ରୋତ ଅଧିକ ଥିବାରୁ ସେମାନେ ନିରୁପାୟ ହୋଇ ପାଖରେ ଥିବା ଅନ୍ୟ ମତ୍ସ୍ୟଜୀବୀମାନଙ୍କୁ ଡାକ ପକାଇଥିଲେ। ଡାକ ଶୁଣି ଅନ୍ୟ ସାଥିମାନେ ସଙ୍ଗେ ସଙ୍ଗେ ଦୁଇଟି ଡଙ୍ଗାରେ ଆସି ସେଠାରେ ପହଞ୍ଚତ୍ ଯାଇଥିଲେ। ବ୍ରିଜ ଉପରୁ ମଧ୍ୟ କିଛି ଲୋକ ଦଉଡା ପକାଇ ମିଳିତ ଭାବରେ ଡଙ୍ଗା ଓ ଲୋକଙ୍କୁ ଉଦ୍ଧାର କରି ଉପରକୁ ଆଣିଥିଲେ।

Share