ବଡ଼ସାହି,୨୦ା୧(ସ୍ବ.ପ୍ର)-ବଡସାହି ପଞ୍ଚାୟତ କେନ୍ଦୁଆସାହି ବିର୍ସା ମଇଦାନରେ ବୁରୁବଙ୍ଗା ସାସାଂକିର୍ କମିଟି ଓ ବୁରୁବଙ୍ଗା ଯୁବକ ସଂଘ ଆନୁକୂଲ୍ୟରେ ମୁଣ୍ଡାରୀ ସମ୍ପ୍ରଦାୟ ତରଫରୁ ୬ଷ୍ଠ ବାର୍ଷିକ ‘ବୁରୁବଙ୍ଗା ମହୋତ୍ସବ’ ଶନିବାର ଆରମ୍ଭ ହୋଇଛି। ପ୍ରାରମ୍ଭରେ ମୁଣ୍ଡାରୀ ସମ୍ପ୍ରଦାୟର ପାହାନ୍ ଗମ୍କେ(ପୁରୋହିତ) ବସନ୍ତ କୁମାର ସିଂ, ଦେଙ୍ଗା ପାହାନ୍ ଗମ୍କେ ବାଇଧର ସିଂ, ଓଡ଼ିଶା ପ୍ରଦେଶ କମିଟି ସାରନା ସତାଃ ପାହାନ ଗୁଟଗାମ୍ ରମେଶ ଚନ୍ଦ୍ର ସିଂ,ପୂର୍ଣ୍ଣଚନ୍ଦ୍ର ସିଂ, ସୋମନାଥ ସିଂ, ଶଙ୍କର ସିଂ, ଦୁର୍ଗା ସିଂ, ରୋହିଦାସ ସିଂ, ଶୁକଦେବ ସିଂ, ଜଗବନ୍ଧୁ ସିଂ, ମଧୁ ସିଂ, ଶୁକୁରା ସିଂ, ଗୁହିରାମ ମୁଣ୍ଡା, ରଘୁନାଥ ସିଂ, ରଘୁନାଥ ରୁଗୁଳି ପ୍ରମୁଖ ଉପସ୍ଥିତ ରହି ମୁଣ୍ଡାରୀ ସମ୍ପ୍ରଦାୟର ଆରାଧ୍ୟ ଦେବତା ବୁରୁବଙ୍ଗା ଓ ବିର୍ସା ମୁଣ୍ଡାଙ୍କୁ ଯଥାବିଧି ପୂଜାର୍ଚ୍ଚନା କରିଥିଲେ। ସାସାଂକିର କମିଟିର ସଭାପତି ବସନ୍ତ ସିଂଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ମୁଖ୍ୟଅତିଥି ଭାବେ ଭାରତ ମୁଣ୍ଡା ସମାଜ ଓଡ଼ିିଶା ପ୍ରଦେଶ କମିଟି ରବୀନ୍ଦ୍ର ନାଥ ସିଂ, ମୁଖ୍ୟବକ୍ତା ଭାବେ ମୁଣ୍ଡାରୀ ସମାଜ ସାଓଁାର ଜାମଡାର ସଭାପତି ନନ୍ଦଲାଲ ସିଂ, ଯୁବନେତା ରାଜେନ୍ଦ୍ର ନାଥ ସିଂ, ଉପଦେଷ୍ଟା ସହଦେବ ସିଂ, ବୁରୁବଙ୍ଗା ମୁଣ୍ଡାରୀ ସ୍କୁଲର ଶିକ୍ଷକ ବୁଧିଆ ସିଂ, ସମାଜସେବୀ ବ୍ରଜ ମୋହନ ସିଂ ପ୍ରମୁଖ ଯୋଗଦେଇ ମହୋସତ୍ବର ଆଭିମୁଖ୍ୟ ସମ୍ବନ୍ଧରେ ଆଲୋକପାତ କରିଥିଲେ। କମିଟିର ସମ୍ପାଦକ ରମେଶ ଚନ୍ଦ୍ର ସିଂ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ଓ ଆଦିବାସୀ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଭଙ୍ଗାଚଟୁ, ମୋହନପୁର, ମା’ଗଜଲକ୍ଷ୍ମୀ ମଧୁପୁର ଓ କେନ୍ଦୁଆସାହି ଗ୍ରାମ ନୃତ୍ୟ ଦଳର ତାଳେ ତାଳେ ଯୁବତୀ ଯୁବକମାନେ ପାଦକୁ ପାଦ ମିଳାଇ ଝୁମି ଥିବା ଦେଖିବାକୁ ମିଳିଥିଲା।