Categories: ବାଣିଜ୍ୟ

ମୁଦ୍ରାନୀତି କମିଟି ବୈଠକ ଆରମ୍ଭ

ମୁମ୍ବାଇ,୫-୨: ରିଜର୍ଭ ବ୍ୟାଙ୍କର ଗଭର୍ନର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ମୁଦ୍ରାନୀତି କମିଟି ବୈଠକ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ୬ ସଦସ୍ୟ ବିଶିଷ୍ଟ ଏହି କମିଟିର ବୈଠକ ୩ ଦିନ ଧରି ଚାଲିବା ସହ ମୁଦ୍ରାନୀତିର ବିଭିନ୍ନ ଦିଗ ଉପରେ ଆଲୋଚନା ହେବ। ଏବେ ଅର୍ଥ ବ୍ୟବସ୍ଥା ମାନ୍ଦାବସ୍ଥା ସ୍ଥିତି ଦେଇ ଚାଲୁଥିବା ବେଳେ ବର୍ଦ୍ଧିତ ମୁଦ୍ରାସ୍ଫୀତି, ବିତ୍ତୀୟ ନିଅଣ୍ଟ ଏବଂ ବଜେଟ ଆକଳନ ଭଳି ଚ୍ୟାଲେଞ୍ଜ ବୈଠକରେ ସ୍ଥାନୀତ ହେବ। ପ୍ରତି ୨ ମାସରେ ଅନୁଷ୍ଠିତ ହେଉଥିବା ଏହି ବୈଠକ ରେପୋ ହାର ସମ୍ପର୍କରେ ଘୋଷଣା କରିଥାଏ। ସେହିଭଳି ମୁଦ୍ରାସ୍ଫୀତିକୁ ୪% ମଧ୍ୟରେ ରଖିବା ଦିଗରେ ଏହା ପ୍ରୟାସ କରୁଛି। ଗତ କିଛି ମାସ ଧରି ସ୍ବାଭାବିକ ସ୍ଥିତିରେ ଥିବା ମୁଦ୍ରାସ୍ଫୀତି ଗତ ଡିସେମ୍ବରରେ ୭% ସ୍ତର ଟପିଥିଲା। ଖାଦ୍ୟ ସାମଗ୍ରୀ ଦର ବଢିବା ଯୋଗୁ ଏଭଳି ହୋଇଥିଲା। ସୁଧହାର ଅପରିବର୍ତ୍ତିତ କିମ୍ବା ସୁଧହାର ବୃଦ୍ଧି ଦିଗରେ କମିିଟି ନିଷ୍ପତ୍ତି ନେଇପାରେ ବୋଲି ବିଶେଷଜ୍ଞ କହିଛନ୍ତି। ଗୁରୁବାର ରେପୋ ସମ୍ପର୍କରେ ଘୋଷଣା ହେବ ବୋଲି ଆର୍‌ବିଆଇ ପକ୍ଷରୁ ସୂଚନା ରହିଛି।

Share