ମୁନିଗୁଡ଼ାରେ ମାଓବାଦୀ ବିରୋଧୀ ପୋଷ୍ଟର

ମୁନିଗଡ଼ା,୭।୨(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ମୁନିଗୁଡ଼ା ଥାନା ବୁର୍ଷିଖମ୍ବା ଗ୍ରାମ ଛକସ୍ଥିତ ଯାତ୍ରୀ ବିଶ୍ରାମାଗାରରେ ମାଓବାଦୀ ବିରୋଧୀ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି। ଉକ୍ତ ପୋଷ୍ଟରରେ ଡଙ୍ଗରିଆ କନ୍ଧ ବିକାଶ ମଞ୍ଚ ନାମରେ ହାତଲେଖା ହୋଇଥିବା ବେଳେ ଏହି ପୋଷ୍ଟରରେ ନିୟମଗିରି ସୁରକ୍ଷା ସମିତି ନାମରେ ନିରୀହ ଡଙ୍ଗରିଆଙ୍କୁ ଠକିବା ବନ୍ଦ କରିବା, ନିୟମଗିରି ଅଞ୍ଚଳରେ ରାସ୍ତାଘାଟ ନିିର୍ମାଣ ବନ୍ଦକୁ ବିରୋଧ, ରାସ୍ତାଘାଟ କାମରେ ନିୟୋଜିତ ଠିକାଦାରଙ୍କଠାରୁ ଅର୍ଥ ଆଦାୟ ବନ୍ଦ, ବିକାଶ ପାଇଁ ଚେଷ୍ଟିତ ଯୁବବର୍ଗକୁ ମାଓବାଦୀ ନାମରେ ମୃତ୍ୟୁ ଧମକ ଦେବା ବନ୍ଦ, ରାସ୍ତା କାମରେ ନିୟୋଜିତ ଗାଡ଼ିମୋଟରକୁ ପୋଡ଼ିଦେବା କାର୍ଯ୍ୟ ବନ୍ଦ ପାଇଁ ଆହ୍ବାନ ଦେବା ସହ ନିୟମଗିରି ଭଳି ପଛୁଆ ଅଞ୍ଚଳରେ ବିକାଶ ପାଇଁ ଡଙ୍ଗରିଆ ବିକାଶ ମଞ୍ଚକୁ ସହଯୋଗ କରିବାକୁ ଆହ୍ବାନ ଦିଆଯାଇଛି। ଏହି ପୋଷ୍ଟରକୁ ନେଇ ଅଞ୍ଚଳରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି।

Share