Categories: ଜାତୀୟ

ମୁମ୍ବାଇଠାରୁ ମାତ୍ର ୧୫୦ କିମି ଦୂରରେ ବାତ୍ୟା ‘ନିସର୍ଗ’: ହାଇଆଲର୍ଟ ଜାରି

ମୁମ୍ବାଇ,୩।୬: ଦେଶରେ କରୋନା ପରିସ୍ଥିତି ଜଟିଳ ରୂପ ଧାରଣ କରିଥିବାବେଳେ ଗୋଟିଏ ପରେ ଗୋଟିଏ ବାତ୍ୟା ଲୋକଙ୍କୁ ଆହୁରି ଭୟଭୀତ କରିଛି। ବାତ୍ୟା ଅମ୍ଫନ୍‌ ପରେ ଏବେ ‘ନିସର୍ଗ’କୁ ନେଇ ଚିନ୍ତା ବଢିଯାଇଛି। ଏହି ବାତ୍ୟାର ପ୍ରଭାବ ମହାରାଷ୍ଟ୍ର ଏବଂ ଗୁଜରାଟ ଉପରେ ରହିଛି। ବୁଧବାର ଅପରାହ୍ନରେ ବାତ୍ୟା ନିସର୍ଗ ସ୍ଥଳଭାଗ ଛୁଇଁବ। ଏବେ ଏହା ମୁମ୍ବାଇଠାରୁ ମାତ୍ର ୧୫୦ କିମି ଦୂରରେ ରହିଛି। ସ୍ଥଳଭାଗ ଛୁଇଁବା ପରେ ପବନର ବେଗ ୧୦୦ରୁ ୧୨୦ ରହିବ ବୋଲି ଜଣାପଡିଛି। ଏହା ପୂର୍ବରୁ ମହାରାଷ୍ଟ୍ରର ଉପକୂଳବର୍ତ୍ତୀ ସ୍ଥାନରେ ବିଳମ୍ବିିତ ରାତିରୁ ପବନ ସହିତ ଜୋରଦାର ବର୍ଷା ଆରମ୍ଭ ହୋଇଯାଇଛି। ଉଭୟ ରାଜ୍ୟକୁ ଏଥିପାଇଁ ଆଲର୍ଟ କରାଯାଇଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମହାରାଷ୍ଟ୍ରର ପାଲଘର ଜିଲାରେ ଏହାର ପ୍ରଭାବ ଅଧିକ ରହିବ ବୋଲି ଆକଳନ କରାଯାଇଛି। ପ୍ରାୟ ୮୦ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି।

Share