ମୁମ୍ବାଇଠାରେ ଚିକିତ୍ସିତ ଖୋର୍ଦ୍ଧା ବିଧାୟକ ଜିତୁ ମିତ୍ରଙ୍କୁ ଭେଟିଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ

ଭୁବନେଶ୍ୱର,୧୯।୮(ବ୍ୟୁରୋ): ମୁମ୍ବାଇଠାରେ ଚିକିତ୍ସିତ ହେଉଥିବା ଖୋର୍ଦ୍ଧା ବିଧାୟକ ଜିତୁ ମିତ୍ରଙ୍କୁ ସୋମବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣମନ୍ତ୍ରୀ ନବ କିଶୋର ଦାସ ଭେଟି ତାଙ୍କର ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି। ତାଙ୍କ ସହିତ ଚିଲିକା ବିଧାୟକ ପ୍ରଶାନ୍ତ କୁମାର ଜଗଦେବ ଏବଂ ମୁମ୍ବାଇର ପୂର୍ବତନ ପୋଲିସ କମିଶନର ତଥା  ରାଜ୍ୟସଭା ସଦସ୍ୟ ଅରୂପ ପଟ୍ଟନାୟକ ମଧ୍ୟ  ମିତ୍ରଙ୍କୁ ସାକ୍ଷାତ କରିଛନ୍ତି।