ମୁମ୍ବାଇରୁ ଫେରିଥିଲେ କଟକ ସହରର ଏକମାତ୍ର ଆକ୍ରାନ୍ତ

କଟକ ଅଫିସ,୧୩।୬: କଟକ ଜିଲାରୁ ଶୁକ୍ରବାର ମୋଟ ୯୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ମାତ୍ର ଜଣେ ଆକ୍ରାନ୍ତ କଟକ ସହରର। ସେ ପୁରୁଷ ହୋଇଥିବା ବେଳେ ତାଙ୍କ ବୟସ ୩୭। ଏ ନେଇ କଟକ ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଉକ୍ତ ଆକ୍ରାନ୍ତଙ୍କ ଘର ଆରୁଣଦୟ ନଗରରେ। ଗତ କିଛି ଦିନ ତଳେ ସେ ମୁମ୍ବାଇରୁ ଫେରି ଗୃହ ସଙ୍ଗରୋଧରେ ରହିଥିଲେ। ଏଥିସହିତ କଟକ ସହରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୩ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୧୪ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୯ ଜଣ ଚିକିତ୍ସାଧୀନ ଅଛନ୍ତି।

Share