ମୁମ୍ବାଇରେ ଓଡ଼ିଆ ଶ୍ରମିକଙ୍କ ହୃଦ୍‌ଘାତରେ ମୃତ୍ୟୁ

ଗଞ୍ଜାମ,୧୨।୫(ଡି.ଏନ୍‌.ଏ.): ମୁମ୍ବାଇର ଏକ ଘରୋଇ କମ୍ପାନୀରେ ଶ୍ରମିକଭାବେ କାମ କରୁଥିବା ଜଣେ ଓଡ଼ିଆ ଶ୍ରମିକଙ୍କର ସୋମବାର ହୃଦଘାତରେ ମୃତ୍ୟୁ ଘଟିଛି। ସେ ହେଲେ ଗଞ୍ଜାମ ଜିଲା ହୁମା ଫାଣ୍ଡି ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ ଖଟୁଆକୁଦା ଗ୍ରାମର ଦୀନବନ୍ଧୁ ସାହୁ। ଗତ ୧୪ ମାସ ହେବ ଦୀନବନ୍ଧୁ ମୁମ୍ବାଇରେ ରହି କାମ କରୁଥିଲେ। ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଗ୍ରାମରେ ଶୋକର ଛାୟା ଖେଳି ଯାଇଛି। ଲକ୍‌ଡାଉନ ହୋଇ ନ ଥିଲେ ସେ ଘରକୁ ଆସିଥିନ୍ତେ ବୋଲି ଫୋନରେ କଥା ହୋଇଥିବା ତାଙ୍କ ପରିବାର ଲୋକେ କହିଛନ୍ତି l