Categories: ଜାତୀୟ

ମୁମ୍ବାଇରେ ଗଣପତି ବିସର୍ଜନ ପାଇଁ ସୁରକ୍ଷାରେ ରହିବେ ୫୦ ହଜାରରୁ ଊର୍ଦ୍ଧ୍ୱ ପୋଲିସ ଅଧିକାରୀ

ମୁମ୍ବାଇ,୧୨।୯: ମହାରାଷ୍ଟ୍ରରେ ସବୁଠାରୁ ବଡ ପର୍ବ ଗଣେଶ ପୂଜା ଖୁବ୍‌ ଧୁମ୍‌ଧାମ୍‌ରେ ପାଳନ କରାଯାଉଥିବା ବେଳେ ୧୦ ଦିନ ପରେ ଏଠାରେ ବିଘ୍ନବିନାଶକଙ୍କୁ ବିସର୍ଜନ କରାଯାଇଥାଏ। ବୁଧବାରଠାରୁ ଏହା ଆରମ୍ଭ କରାଯାଇଛି। ଏହାପାଇଁ ମୁମ୍ବାଇ ପୋଲିସ ଓ ବିଏମ୍‌ସି ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବା ସହ ବିଭିନ୍ନ ସ୍ଥାନରେ ସୁରକ୍ଷା କଡାକଡି କରାଯାଇଛି। ଗୁରୁବାର ରାସ୍ତା ଉପରେ ପ୍ରାୟ ୫୦ ହଜାରରୁ ଊର୍ଦ୍ଧ୍ୱ ପୋଲିସ ଅଧିକାରୀ ଓ ଅନ୍ୟ କର୍ମଚାରୀ ଉପସ୍ଥିତ ରହିବାର ବ୍ୟବସ୍ଥା କରାଯାଇଛି। କୁହାଯାଉଛି କି ପାଖାପାଖି ୬ ହଜାରରୁ ଊର୍ଦ୍ଧ୍ୱ ମଣ୍ଡପରୁ ପାଖାପାଖି ୧ଲକ୍ଷ ଗଣେଶ ମୂର୍ତ୍ତିଙ୍କର ବିସର୍ଜନ ଗୁରୁବାର କରାଯିବ।

Share